Fashion

ରଜରେ ଆସୁଛି ଅକ୍ଷୟ ପରିଜାଙ୍କ ‘ଅଗସ୍ତ୍ୟ’

ଆଧୁନିକ ସିନେମାରେ ବ୍ୟାପକ ପରିବର୍ତନ ଆଣିଥିବା ପ୍ରଯୋଜକ ଅକ୍ଷୟ ପରିଜା ଆଗାମୀ ରଜରେ ରିଲିଜ ହେବାକୁ ଥିବା ସିନେମା ‘ଅଗସ୍ତ୍ୟ’ରେ ଓଲିଉଡର ଦୁଇ ସୁପରଷ୍ଟାର ଅନୁଭବ ଏବଂ ଆକାଶଙ୍କୁ ଏକାଠି କରିପାରିଛନ୍ତି । ରୂପାର ନଗରୀ କଟକର ଏକ ନାମୀ ହୋଟେଲରେ ସିନେମାର ସମସ୍ତ କଳାକାର ଏବଂ ସହଯୋଗୀଙ୍କ ସଂପର୍କରେ ସୂଚନା ଦିଆଯାଇଛି । ଅକ୍ଷୟ ପରିଜାଙ୍କ କହିବାନୁଯାୟୀ ଅଗସ୍ତ୍ୟ ଜଣେ ମହାନ ରଷି , ଯିଏ କ୍ରୋଧ ଉପରେ ନିୟନ୍ତ୍ରଣ କରିପାରିଥିଲେ । ତାଙ୍କ ଦ୍ୱାରା ଏସିନେମା ପାଇଁ ମୁଁ ବହୁଳ ଭାବେ ପ୍ରଭାବିତ । ଏହି ସିନେମାର କାହାଣୀ ସଂପୂର୍ଣ୍ଣ ନୂଆ ହେବା ସହ ରୋମାଣ୍ଟିକ୍ ମଧ୍ୟ । ତେବେ ଏହି ଚଳଚ୍ଚିତ୍ରଟି ଓଲିଉଡ୍ ଜଗତରେ ଏକ ନୂତନ ଧାରା ସୃଷ୍ଟି କରିବ ବୋଲି ଅକ୍ଷୟ ଆଶା ରଖିଛନ୍ତି।

ଏହି ଚଳଚ୍ଚିତ୍ର ରେ ନିଜ ଚରିତ୍ର ସଂପର୍କରେ ଅଭିନେତା ଅନୁଭବ ମହାନ୍ତିଙ୍କ କୁହନ୍ତି ସିନେମାଟିରେ ମୁଁ ଏକ ଗ୍ୟାଙ୍ଗଷ୍ଟର ଚରିତ୍ରରେ ଦର୍ଶକଙ୍କ ସମ୍ମୁଖକୁ ଆସୁଛି । ଯାହାର ସଂପର୍କ କେବଳ ଅପରାଧ ଜଗତ ସହ ଜଡିତ । ଯେମିତିକି ଚଳଚ୍ଚିତ୍ରଟିରେ ଦର୍ଶାଯାଇଛି ଯେ, ଭୟ ହେଉଛି ସମସ୍ତଙ୍କ ପାଇଁ ଏକ ଦଣ୍ଡ ସଦୃଶ, ମାତ୍ର ନିର୍ଭୟ ରହିବା ଏକ ଅସ୍ତ୍ର । ଆହୁରି ମଧ୍ୟ ପ୍ରେମ, ଅର୍ନ୍ତଦ୍ୱନ୍ଦ, ଯୁଦ୍ଧ ଏବଂ ରାଗକୁ ନେଇ ଚଳଚ୍ଚିତ୍ରଟିରେ ମୋ ଚରିତ୍ରରେ ପ୍ରତିଫଳିତ ହୋଇଛି । ସିନେମାଟିର ଏକ ରୋମାଣ୍ଟିକ୍   ସଂଗୀତରେ କଣ୍ଠଦାନ କରିଛନ୍ତି ଇଣ୍ଟିଆନ୍ ଆଇଡଲ୍ ଜୁନିୟରର ବିଜେତା ଅନନ୍ୟା ନନ୍ଦ । ସିନେମାଟିର ପ୍ରଥମ ଟ୍ରେଲର ଦମଦାର ହୋଇଥିବା ବେଳେ ଉପସ୍ଥିତ ଦର୍ଶକଙ୍କ ପ୍ରଶଂସା ସାଉଁଟି ଥିଲା । ସିନେମା ଏକ ନିଆରା ଭେଟି ହେବ ବୋଲି ନିଦେର୍ଶକ କ୍ରିଷ୍ନା ଆଶାବାଦୀ ଅଛନ୍ତି । ତେବେ ସିନେମାଟିରେ ମୁଖ୍ୟ ନାୟିକା ଝିଲିକ୍ ରହିଥିବା ବେଳେ, ମିହିର ଦାସ, ପ୍ରିୟଙ୍କା ପଟ୍ଟନାୟକ, ମନୋଜ ମିଶ୍ର, ସଲିଲ୍ ମିଶ୍ର, ମିନକେତନ, ମୁନ୍ନା ସେଠୀ ଆଦି ଅଭିନୟ କରିଛନ୍ତି । ଚଳଚ୍ଚିତ୍ରଟିକୁ ନିର୍ଦ୍ଦେଶନା ଦେଉଛନ୍ତି କେ.ମୁରଲି କ୍ରିଷ୍ଣା, ସଂଗୀତରେ ଅଛନ୍ତି ମେଲୋଡ଼ି ମାଷ୍ଟର ପ୍ରେମାନନ୍ଦ ଏବଂ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ସହକାରୀ କ୍ୟାମେରା ମ୍ୟାନ୍ ପ୍ରତାପ ରାଉତ, ଯିଏ କି କ୍ରିକେଟ୍ ଷ୍ଟାର ଧୋନୀଙ୍କ ଉପରେ ହୋଇଥିବା ବାୟୋପିକରେ କାମ କରିଥିଲେ ।

 


Author: UpdateNewsOdisha